ଆଇଏନଏସ ଡେଗା ପରିଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ବିଶାଖାପାଟଣା,୧/୮: ବୁଧବାର ପୂର୍ବ ନୌସେନାର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ I ରାଜ୍ୟପାଳଙ୍କୁ ଭାଇସ ଆଡ଼ମିରାଲ ଅତୁଲ କୁମାର ଜୈନ ସ୍ୱାଗତ କରିଥିଲେ I ଏହି ଅଵସରରେ ବିଶ୍ୱଭୂଷଣ ଆଇଏନଏସ ଡେଗା ପରିଦର୍ଶନ କରିଥିଲେ I ତାଙ୍କୁ ନୌସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା I

ଫନି ବାତ୍ୟା ବେଳେ ଆଇଏନଏସ ଡେଗାର ଭୂମିକା ରହିଥିଲା I ସମୁଦ୍ରରେ ଏହି ଜାହାଜକୁ ମୁତୟନ କରାଯାଇଥିବାବେଳେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସମୁଦ୍ରରେ ସଜାଗ ହୋଇ ରହିଥିଲା ଆଇଏନଏସ ଡେଗା I