ନୂଆଦିଲ୍ଲୀ, ୨୮/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ । ଏହା ହେବ ୧୨୯ ତମ ମନ କି ବାତ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ Newsonair ମୋବାଇଲ୍ App ରେ ଉପଲବ୍ଧ ହେବ । ଏହା ମଧ୍ୟ ଆକାଶବାଣୀ,DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ Live Striming ହେବ । ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ । ରାତି ୮ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ ।