ନୂଆଦିଲ୍ଲୀ, ୨୮/୧୨ : ତାଇୱାନରେ ଭୟଙ୍କର ଭୂକମ୍ପ । ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟରେ ଯିଲାନ୍ ସହର ନିକଟରେ ପ୍ରାୟ ୩୨ କିଲୋମିଟର ଦୂରରେ ୭.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପ ଗଭୀରତାରେ ୭୩ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ସମଗ୍ର ତାଇୱାନରେ ଭୁକମ୍ପର ଅନୁଭବ ଦେଖିବାକୁ ମିଳିଛି । ଭୁକମ୍ପ ଝଟକାରେ ରାଜଧାନୀ ତାଇପେଇରେ ଘର ଗୁଡିକୁ ହଲାଇ ଦେଇଥିଲା । ଯିଲାନ୍ରେ ତାଇୱାନ ପାୱାର କମ୍ପାନୀ ଅନୁଯାୟୀ ୩,୦୦୦ ଘରେ ଅଳ୍ପ ସମୟ ପାଇଁ ବିଦ୍ୟୁତ୍ କଟାଯାଇଥିଲା । ତାଇୱାନ ରାଷ୍ଟ୍ରପତି କହିଛନ୍ତି, କର୍ତ୍ତୃପକ୍ଷମାନେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ଜନସାଧାରଣଙ୍କୁ ପରବର୍ତ୍ତି ଝକଟା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ।