ନୂଆଦିଲ୍ଲୀ, ୨୯/୧୨ : ମେକ୍ସିକୋର ଦକ୍ଷିଣ-ପୂର୍ବ ଓଆକ୍ସାକା ଅଞ୍ଚଳରେ ଏକ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମେକ୍ସିକୋ ଉପସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଯାତ୍ରା କରୁଥିବା ଟ୍ରେନ୍ ଟି ୨୪୧ ଜଣ ଯାତ୍ରୀ ଏବଂ ନଅ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିଲା। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମେକ୍ସିକୋର ଆଟର୍ଣ୍ଣି ଜେନେରାଲ ନିଶ୍ଚିତ କରିଛନ୍ତି ଯେ ତଦନ୍ତ ଚାଲିଛି। ମେକ୍ସିକୋ ରାଷ୍ଟ୍ରପତି କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନୌସେନା ସଚିବଙ୍କ ସମେତ ଉଚ୍ଚସ୍ତରୀୟ ଅଧିକାରୀମାନେ ଦୁର୍ଘଟଣାସ୍ଥଳକୁ ଯାତ୍ରା କରୁଛନ୍ତି।