ଭୁବନେଶ୍ୱର, ୦୨/୦୧ : ଓଡ଼ିଶା ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏ ନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ସତ୍ୟବ୍ରତ ସାହୁ, IAS (RR-1991),ଙ୍କୁ ରାଜସ୍ୱ ବୋର୍ଡ, ଓଡିଶା, କଟକର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି । ଶ୍ରୀ ଦେଓରଞ୍ଜନ କୁମାର ସିଂହ, IAS (RR-୧୯୯୩), ସରକାର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ରାଜସ୍ୱ ବୋର୍ଡ, ସ୍ୱତନ୍ତ୍ର ରିଲିଫ୍ କମିଶନର, ଓଡ଼ିଶା, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷଙ୍କୁ ଉନ୍ନୟନ କମିଶନର-ସହ-ଅତିରିକ୍ତ ମୁଖ୍ୟ ସଚିବ ଏବଂ ସରକାର, ଯୋଜନା ଏବଂ ଅଭିବୃଦ୍ଧି ବିଭାଗର ସଚିବ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କୁ ସରକାର, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି ।