ନୂଆଦିଲ୍ଲୀ, ୦୯/୦୧ : ଇସ୍ରୋ ଆସନ୍ତା ୧୨ ତାରିଖରେ PSLV C-62 ଉପଗ୍ରହ ଉତକ୍ଷେପଣ କରିବ । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶଧାବନ ମହାକାଶ କେନ୍ଦ୍ରରୁ ସକାଳ ୧୦ଟା ୧୭ ମିନିଟ୍ ସମୟରେ ଏହି ଉପଗ୍ରହ ଉତକ୍ଷେପଣ କରାଯିବ । ଏଥିରେ ଭୂ-ନିରୀକ୍ଷଣ ଉପଗ୍ରହ EOS N-1 ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ଜଣାପଡ଼ିଛି । ଏହି ଅଭିଯାନରେ ୧୮ଟି ଦେଶୀୟ ଏବଂ ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯିବ ।