ନୂଆଦିଲ୍ଲୀ, ୦୯/୦୧ : ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ । ଏକ ଇମେଲ୍ ଜରିଆରେ ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସେପଟେ ଘଟଣା ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ରାଜ୍ୟ ପୋଲିସ୍ ଏବଂ CRPF ମିଳିତ ଭାବେ ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି । ବୋମା ଆକ୍ରମଣ ଧମକ ପରେ ଗତ ମଧ୍ୟରାତ୍ରିରେ ସୁରକ୍ଷା ବାହିନୀର ଏକ ଜରୁରୀକାଳୀନ ବୈଠକ ମଧ୍ୟ ବସିଥିଲ ।