ମହାକାଳପଡ଼ା, ୧୩/୦୧ (ଓଡିଶା ଖବର) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଂଚାୟତସ୍ଥ ପିଏମଶ୍ରୀ ରାମଚଣ୍ଡୀ ବିଜୟାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପିଏମଶ୍ରୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ ସ୍ଥାନୀୟ ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ପ୍ରଶାନ୍ତ ଦାସ ସଭାପତିତ୍ୱ କରିଥିଲେ l ଏତଦ ବ୍ୟତୀତ, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି,ସରପଞ୍ଚ ମିଲନ ଦେବନାଥ,ତରୁଣ କାନ୍ତି କାଞ୍ଜିଲାଲ,ଅର୍ଜୁନି ମଣ୍ଡଳ, ତହସିଲଦାର ରବିନାରାୟଣ ଆଚାର୍ଯ୍ୟ,ସରୋଜ ସାହୁ ଆଦି ସମ୍ମାନୀୟ ଅତିଥି ଭାବେ ମଂଚାସୀନ ଥିଲେ l ମାତ୍ର ବିଦ୍ୟାଳୟ ପରିଚାଳନା କମିଟି(ଏସଏମସି ) ର ସଭାପତି ଅର୍ଜୁନି ମଣ୍ଡଳ ମଞ୍ଚା ଳୁ ଆସିବାର ଦୀର୍ଘ ସମୟ ପରେ ପ୍ରଧାନ ଶିକ୍ଷକ ତାଙ୍କୁ ବସିବାକୁ କହିଥିଲେ l ଏପରିକି ମଞ୍ଚା ର ଆଗ ଧାଡିରେ ସ୍ଥାନ ନଥିବାରୁ ପଛରେ ବସିବାକୁ କହିଥିଲେ l ଆହୁରି ମଧ୍ୟ ପଦଟିଏ ବି କହିବାକୁ ସୁଯୋଗ ଦେଇନଥିଲେ l ଯାହାନେଇ ଖୋଦ ସଭାପତି ଶ୍ରୀ ମଣ୍ଡଳ ଅପମାନିତ ହୋଇ ସ୍ଥାନୀୟ ସାମ୍ବାଦିକ ସଙ୍ଘ କୁ ଲିଖିତ ଅଭିଯୋଗ କରିଛନ୍ତି l ଜଣେ ସାଧାରଣ ଲୋକଙ୍କୁ ସଭାକୁ ଆମନ୍ତ୍ରଣ କରି ଅସମ୍ମାନ୍ୱିତ କରିବା ସୌଜନ୍ୟ ଶୂନ୍ୟ lମାତ୍ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଙ୍କୁ ସଭା କୁ ଡାକି ଉପରୋକ୍ତ ଭାବେ ଅସମ୍ମାନ୍ନିତ କରିବା କଥାକୁ ଛାତ୍ର /ଛାତ୍ରୀ ଅଭିଭାବକ ବିଚାର କରନ୍ତୁ ବୋଲି ସଭାପତି ଲେଖିଛନ୍ତି l ପ୍ରଧାନମନ୍ତ୍ରୀ ପିଏମଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ବିଦ୍ୟାଳୟ ରେ ଛାତ୍ର /ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଶକ୍ତି ର ବିକାଶ ହେଲେ ସାମଗ୍ରୀକ ବିକାଶ ଘଟିବାର ଲକ୍ଷ୍ୟ ରଖିଛନ୍ତି l ବିଦ୍ୟାଳୟ ର ଅତ୍ୟାଧୁନିକ ଭିତ୍ତିଭୂମି ଫଳରେ ଗୁଣବତ୍ତା ଶିକ୍ଷଦାନ ସମ୍ଭବ ହୋଇପାରିବ ବୋଲି ଯୋଜନାରେ ରହିଛି l ବିଶେଷ କରି ୨୦୩୬ସୁଦ୍ଧା ବିକଶିତ ଭାରତ ସମୃଦ୍ଧ ଓଡିଶା ଗଢି ତୋଳିବାର ସ୍ବପ୍ନ ସାକାର କରିବା ନେଇ ଡବଲ ଇଂଜିନ ସରକାର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି l ତେବେ ଦେଖିବାକୁ ବାକି ରହିଲା ପ୍ରଧାନ ମନ୍ତ୍ରୀ ସ୍କୁଲ ଅଫ ରାଇଜିଙ୍ଗ ଇଣ୍ଡିଆ ରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ର ଅତ୍ୟାଧୁନିକ ଭିତ୍ତିଭୂମି ଛାତ୍ର /ଛାତ୍ରୀ ଙ୍କୁ ଭବିଷ୍ୟତ ଗଠନ ରେକେତେ ଯେ ସାଥ ଦେଉଛି l