ସୁପ୍ରିମକୋର୍ଟରେ ବୁଲା କୁକୁର ମାମଲା : ଖାଇବାକୁ ଦେଉଥିବା ଲୋକ ମଧ୍ୟ ଦାୟୀ

ନୂଆଦିଲ୍ଲୀ, ୧୩/୦୧ : ବୁଲା କୁକୁର କାମୁଡ଼ା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଉର୍ତ୍ସନା । ବୁଲା କୁକୁର କାମୁଡ଼ିଲେ କିମ୍ବା କୁକୁର କାମୁଡ଼ାରେ ଲୋକଙ୍କ ମୃତ୍ୟୁ ଘଟିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଅନୁକମ୍ପା ସହାୟତା । କୁକୁର କାମୁଡ଼ାରେ ମୃତାହତଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ବୁଲା କୁକୁରଙ୍କ ମାମଲାରେ ରାଜ୍ୟଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । କୁକୁର ବନ୍ଧ୍ୟାକରଣରେ ବିଫଳତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ପଶୁପ୍ରେମୀଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେଉଁମାନେ ବୁଲା କୁକୁରଙ୍କୁ ନେଇ ବେଶି ଚିନ୍ତିତ ସେମାନେ କୁକୁରଙ୍କୁ ଘରକୁ ନେଇଯାଆନ୍ତୁ । କୁକୁର କାମୁଡ଼ା ଘଟଣା ପାଇଁ ରାସ୍ତାରେ ଖାଦ୍ୟ ଦେଉଥିବା ଲୋକଙ୍କୁ ମଧ୍ୟ ଦାୟୀ କରାଯିବ । ଯଦି କୁକୁର ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ଉପରେ ଜୀବନ ବ୍ୟାପୀ ପ୍ରଭାବ ପଡ଼େ ତେବେ କୁକୁରଙ୍କୁ ଖାଇବାକୁ ଦେଉଥିବା ଲୋକ ଦାୟୀ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପାଳିତ କୁକୁରଙ୍କୁ ମାଲିକମାନେ ଘରର ପରିସୀମା ମଧ୍ୟରେ ରଖନ୍ତୁ । ପୋଷା କୁକୁର କାମୁଡ଼ାରେ ଲୋକଙ୍କ ମୃତ୍ୟୁ ହେଲେ ମାଲିକ ଦେବେ କ୍ଷତିପୂରଣ । ତେବେ ଏହି ମାମଲାରେ ଜାନୁଆରୀ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।