ଏସି ସଜାଡିବା ଆଳରେ ନାବାଳିକାକୁ ଅସଦାଚରଣ, ମେକାନିକ ଗିରଫ

ଭୁବନେଶ୍ବର, ୧୪/୦୧ : ଏସି ସଜାଡିବା ଆଳରେ ଅସଦାଚରଣ । ଘରେ ଏକାକି ଥିବା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ଏସି ମେକାନିକକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ହିଜବୁର ରେହମାନ ନାମକ ଏସି ମେକାନିକ୍ ଗିରଫ ହୋଇଛି । ଘରେ ଏସି ସଜାଡିବାକୁ ମେକାନିକକୁ ଡାକିଥିଲେ ନାବାଳିକାଙ୍କ ପରିବାର । ନାବାଳିକା ଏକୁଟିଆ ଘରେ ଥିବା ବେଳେ ମେକାନିକ୍ ଜଣକ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ ପୀଡିତା । ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଅଭିଯୋଗ ଆଧାରରେ ମେକାନିକୁ ଗିରଫ କରିଛି ମହିଳା ଥାନା ପୋଲିସ ।