ଦ୍ଵିତୀୟ ଦିନିକିଆରେ ଭାରତ ପରାଜୟ, ରାହୁଲଙ୍କ ଲଢ଼ୁଆ ଶତକ ବୃଥା

ରାଜକୋଟ,୧୪/୧ : ରାହୁଲଙ୍କ ଲଢ଼ୁଆ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭର ଖେଳି ୭ ୱିକେଟ ହରାଇ ୨୮୪ ରନ ସଂଗ୍ରହ କରିଥିଲା । ଜବାବରେ କ୍ୟୁଇ ଦଳ ୪୭ ଓଭର ୩ ବଲ ଖେଳି ୩ ୱିକେଟ ହରାଇ ୨୮୬ ରନ ସଂଗ୍ରହ କରିଥିଲା । ଆରମ୍ଭରୁ ନ୍ୟୁଜିଲାଣ୍ଡ ଦୁର୍ବଳ କ୍ରୀଡା ପ୍ରଦର୍ଶନ କରିଥିଲେ ମଧ୍ୟ ୱିଲିୟଙ୍ଗ ୮୭ ଓ ଡ୍ୟାରିଏଲ ଅପରାଜିତ ୧୩୧ ମିଚେଲଙ୍କ ଜବରଦସ୍ତ ରନ ଭାରତକୁ ପରାଜୟର ସ୍ୱାଦ ଚଖାଇଥିଲା । ଡ୍ୟାରିଏଲ ମିଚେଲ ୧୧୭ ବଲ ଖେଳି ୧୩୧ ରନ ସଂଗ୍ରହ କରିଥିଲେ । ସିରିଜର ପ୍ରଥମ ମ୍ୟାଚ ଭାରତ ଜିତିଥିବା ବେଳେ ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଛି । ଏହା ସହ ସିରିଜ ୧-୧ ରେ ବରାବର ରହିଛି । ପୂର୍ବ ସାଉଥ ଆଫ୍ରିକା ଦିନିକିଆ ସିରିଜରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତୀୟ କ୍ରିକେଟ ଦଳ ବିଜୟ ହୋଇଥିଲା । କିନ୍ତୁ ଆଜି ଏହାର ବିପରୀତ ଫଳ ଦେଖିବାକୁ ମିଳିଥିଲା ।