ଭୁବନେଶ୍ୱର, ୧୮/୦୧ : ୧୮ ରେ ନୁହେଁ ୨୨ ରେ ମିଳିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳା ଙ୍କୁ ମିଳିବ ସୁଭଦ୍ରା ଟଙ୍କା । ନୂଆ ପଞ୍ଜୀକରଣ କରିଥିବା ୧ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତିର ଅର୍ଥ । ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ । ସେହିପରି ଅଭିଯୋଗ ଶୁଣାଣି ରେ ୨୪ହଜାର ୧୮ ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ରେ ସାମିଲ କରାଯାଇଛି । ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।