୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ଫେବୃଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ

ନୂଆଦିଲ୍ଲୀ, ୧୮/୦୧ : ଦୀର୍ଘ ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ । ଫେବୃଆରୀ ୬ରେ ଲଞ୍ଚ୍ ହେବ ନାସାର ‘ଆର୍ଟେମିସ୍-୨’ ମିଶନ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପୁଣିଥରେ ମଣିଷକୁ ଚନ୍ଦ୍ରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୯୭୨ ମସିହାର ‘ଆପୋଲୋ-୧୭’ ପରେ ଏହା ହେବ ମଣିଷକୁ ନେଇ ଚନ୍ଦ୍ରକୁ ଯାଉଥିବା ପ୍ରଥମ ମିଶନ। ଏହି ମିଶନରେ ୪ ଜଣ ମହାକାଶଚାରୀ ଯାଉଛନ୍ତି । ସେମାନେ ହେଲେ ରୀଡ୍ ୱାଇଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସେନ୍ । କ୍ରିଷ୍ଟିନା କୋଚ୍ ଚନ୍ଦ୍ରକୁ ଯାଉଥିବା ବିଶ୍ୱର ପ୍ରଥମ ମହିଳା ହେବେ । ଜେରେମି ହାନସେନ୍ ହେବେ ପ୍ରଥମ କାନାଡିୟ ମହାକାଶଚାରୀ । ଏହି ଯାତ୍ରା ୧୦ ଦିନିଆ ହେବ ।ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ବୁଲି ନାସାର ନୂଆ ‘ଓରିଅନ୍’ (Orion) ମହାକାଶଯାନର ପରୀକ୍ଷା କରିବେ । ଏହି ଯାତ୍ରାରେ ମହାକାଶଚାରୀମାନେ ପୃଥିବୀଠାରୁ ପ୍ରାୟ ୨ ଲକ୍ଷ ୩୦ ହଜାର ମାଇଲ୍ ଦୂରକୁ ଯିବେ । ଯାହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ଆର୍ଟେମିସ୍-୨ ସଫଳ ହେବା ପରେ, ନାସା ୨୦୨୭ ମସିହାରେ ‘ଆର୍ଟେମିସ୍-୩’ ମିଶନ ପଠାଇବ । ସେହି ମିଶନରେ ମହାକାଶଚାରୀ ମାନେ ପ୍ରକୃତରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ।