ଲେହ ଲଦାଖରେ ଶକ୍ତିଶାଳୀ ଭୂକମ୍ପ : ଏହାର ତୀବ୍ରତା ୫.୭

ନୂଆଦିଲ୍ଲୀ, ୧୯/୦୧ : ଲେହ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ । ୫.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି । ସକାଳ ୧୧ଟା ୫୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭୂକମ୍ପ ଝଟକା ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁସାରେ, ରବିବାର ସକାଳ ୧୧.୫୧ ମିନିଟ ସମୟରେ ଉତ୍ତ ପଶ୍ଚିମ କଶ୍ମୀର ଏବଂ ଲଦାଖର ବିଭିନ୍ନ ଅଞ୍ଚଳରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଭୁପୃଷ୍ଠରୁ ୧୭୧ କିମି ଗଭୀରତାରେ କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି ।