ମହାକାଳପଡ଼ା, ୨୦/୦୧ (ଓଡିଶା ଖବର) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ସଦର ମହାକାଳପଡ଼ା ମଣ୍ଡଳ ତରଫରୁ କେୟାର ବାଙ୍କ ଠାରେ ପ୍ରଥମ ଦିନିକିଆ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l. ଉକ୍ତ ସମ୍ମିଳନୀ ରେ ମହାକାଳପଡ଼ା ପଂଚାୟତ ଓ ମଙ୍ଗଳ ପୁର ଦୁଇ ଗୋଟି ପଂଚାୟତ ର ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ପ୍ରାରମ୍ଭ ରେ ଅଯୋଧ୍ୟା ପଥେ ଧାବିତ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଙ୍କ ସୁନା ଧନୁ ରଥ ପହଂଚି ବା ପରେ ଆଖ ପାଖ ର ଲୋକେ ରୁଣ୍ଡ ହୋଇଥିଲେ l ଲୋକାରଣ୍ୟ ଭିତରେ ଜୟ ଶ୍ରୀ ରାମ ଧ୍ଵନି ପ୍ରକମ୍ପିତ ହୋଇଥିଲା l ଏପରିକି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଯେ ସଭିଏଁ ଏକାକାର ହୋଇ ତ୍ରେତୟା ଯୁଗର ରାମ ଚନ୍ଦ୍ର ଙ୍କ ଚରିତ୍ର କୁ ସ୍ମରଣ କରିଥିଲେ lପରେ ପରେ ସମ୍ମିଳନୀ ର ସଂଯୋଜକ ବିଦ୍ୟୁତ କୁମାର ଖୁଣ୍ଟିଆ ଅତିଥି ଆଗମନ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ମହାକାଳପଡ଼ା ମଣ୍ଡଳ ର ସଂଯୋଜକ ଅଶୋକ ସ୍ୱାଇଁ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ପର୍ବ ସମ୍ପାଦନ କରାଇଥିଲେ l ସମ୍ମିଳନୀର ମୁଖ୍ୟ ଅତିଥି ମାର୍ଗ ଦର୍ଶକ ଭାବେ ସନ୍ଥ କୃଷ୍ଣ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଓ ମାର୍ଗ ଦର୍ଶକ ଭାବେ ସାମ୍ବାଦିକ ମାତୃଦତ୍ତ ମହାନ୍ତି ଯୋଗ ଦେଇଥିଲେ l.ଜିଲ୍ଲା କାର୍ଯ୍ୟକର୍ତ୍ତା ବିନୋଦ ବିହାରୀ ଦାସ ମୁଖ୍ୟ ବକ୍ତା ଓ ମାର୍ଗଦର୍ଶକ, ଭାବେ ଉପସ୍ଥିତ ରହି ସମ୍ମିଳନୀ ରେ ହିନ୍ଦୁତ୍ୱ ସମ୍ବନ୍ଧୀୟ ଅଭିଭାଷଣ ରଖିଥିଲେ l ହିନ୍ଦୁ ଓ ହିନ୍ଦୁତ୍ୱ ନେଇ ଉଚ୍ଚ କୋଟିର ଅଭିଭାଷଣ ରଖିଥିଲେ ସେବକ ମାନେ l କାର୍ଯ୍ୟକ୍ରମ ରେ ସୁଲେଖ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ, ହିମାଂଶୁ ରାଉତରାୟ କଟକ ବିଭାଗ ଗୈରିକ ପ୍ରମୁଖ, ପ୍ରମୋଦ ଖୁଣ୍ଟିଆ ରାଜ୍ୟ ସମ୍ପାଦକ ଏବିଭିପି ମହାସଂଘ , ଗଣେଶ୍ୱର ପଲ୍ଲାଇ, ପ୍ରକାଶ ସୁତାର, ଅମୀୟ ବାରିକ ଓ ଅନ୍ୟ ସ୍ୱୟଂ ସେବକ ମାନେ ଉପସ୍ଥିତ ଥିଲେ l ସହଯୋଗୀ ଭାବେ ଗ୍ରାମର ମୁରବି ଯୁବକ ଓ ମହିଳା ମାନେ ଉପସ୍ଥିତ ଥିଲେ lସଭା ଶେଷରେ ମହାକାଳ ପଡା ଖଣ୍ଡର ସଦଭାବନା ସଂଯୋଜକ ବିଚିତ୍ର ରାଉତ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇ ସଭିଙ୍କୁ ପ୍ରସାଦ ସେବନ କରାଯାଇଥିଲା l