ସତ୍ୟନଗର ବରିଷ୍ଠ ନାଗରିକ ଫୋରମର ମାସିକିଆ ବୈଠକ

ଭୁବନେଶ୍ୱର, ୨୦/୦୧ : ସତ୍ୟନଗର ଅଞ୍ଚଳରେ ଥିବା ରେଜିଷ୍ଟ୍ରାର୍ଡ ସଂସ୍ଥା ବରିଷ୍ଠ ନାଗରିକର ଜାନୁଆରୀ ମିଟିଂ ୧୭ ତାରଖରେ ହୋଇଥିଲା । ଏହି ବରିଷ୍ଠ ନାଗରିକ ସଂଘ ର‌ ସଦସ୍ୟ ମାନେ ତା ୩୧.୧୨.୨୫ରେ ଚଉଷଠୀ ଯୋଗିନୀ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇ ପୂଜା ପାଠ ଓ ଭୋଜି ସହିତ ୨୦୨୫ ବିଦାୟୀ ବର୍ଷ ଓ ସ୍ଵାଗତ ୨୦୨୬ ନବବର୍ଷ ପାଳନ କରିଥିଲେ । ଗୋଟିଏ ବର୍ଷ ହେଲା ରେଜିଷ୍ଟ୍ରେସନ ହୋଇଥିବା ଏହି ବରିଷ୍ଠ ନାଗରିକ ସଂଘ ର‌ ସଦସ୍ୟ ମାନେ ନିୟମିତ ମିଳାମିଶା ଓ ବୈଠକ ଡକାଇ ସମସ୍ତେ ନିଜ ନିଜ ବାକି ଜୀବନ ମଜା ମସ୍ତି ରେ କଟାଉଛନ୍ତି । ଗତ ୧୪.୧.୨୬ ତାରିଖ ମେମ୍ବର ଇଂ ଚକ୍ରଧର ଗନ୍ତାୟତଙ୍କ ହୃଦଘାତ ଜନିତ ମୃତ୍ୟୁ ପରିପ୍ରେକ୍ଷୀରେ ସଦସ୍ୟ ମାନେ ୧୭.୧.୨୬ ତାରିଖ ରେ ନିୟମିତ ମାସିକିଆ ବୈଠକ ସ଼ହିତ ଶୋକସଭା ପାଳନ କରିଥିଲେ । ସ୍ଵାସ୍ଥ୍ୟ , ସାଇବର କ୍ରାଇମ୍, ସାମାଜିକ, ଓ ସଂସ୍କୃତି ସଂବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏହି ସଂସ୍ଥା ତରଫରୁ ବିଭିନ୍ନ ସମୟରେ କରାଯାଇଥାଏ । ୧୭.୧.୨୬ ତାରିଖ ବୈଠକରେ ଭୁବନେଶ୍ୱର ସହିଦନଗର ସ୍ଥିତ ସ୍ପର୍ଶ ହସ୍ପିଟାଲ ର ଅଭିଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକ ମାନଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଇଥିଲେ । ବିଶେଷ କରି ହୃଦଘାତ ଜନିତ ମୃତ୍ୟୁ ର କାରଣ ଓ ନିବାରଣ ବିଷୟରେ ମୁଲ୍ୟବାନ ଉପଦେଶ ଦେଇଥିଲେ । ସଭାପତି ଗୋପାଳ ଚନ୍ଦ୍ର ବିଶୋଇ, ସମ୍ପାଦକ ଶିବୁ ପଟ୍ଟନାୟକ,ସହ ସମ୍ପାଦକ ଭୁବନ ମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଶାନ୍ତ ନନ୍ଦ , ମେମ୍ବର ରଞ୍ଜନ କୁମାର ସ୍ଵାଇଁ, ଦେବାନନ୍ଦ ବେହେରା ଓ ଶ୍ୟାମସୁନ୍ଦର ପଟ୍ଟନାୟକ ଇତ୍ୟାଦି ମାସିକିଆ ବୈଠକ ପରିଚାଳନା କରିଥିଲେ ।