ପୁଣି ରାଜଧାନୀରେ ମୁଣ୍ଡ ନେଲା ଥର କାର

ଭୁବନେଶ୍ୱର, ୨୧/୧ : ବିଳମ୍ବିତ ରାତିରେ ରାଜଧାନୀ ରାସ୍ତାରେ ଆଉ ଏକ ମୁଣ୍ଡ ନେଲା ଥର କାର । ଦୁର୍ଘଟଣା ଘଟାଇଥିବା ଥର କାରର ବୀମା ନଥିବା ସୂଚନା । କ୍ୟାପିଟାଲ ଚିକିତ୍ସାଳୟ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଥର କାର ଓ ବୁଲେଟ ବାଇକ ମଧରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ଥର ଚାଲାକ ଜଣକ ଦୁର୍ଘଟଣା ଘଟାଇ ଅନ୍ୟଏକ ଇନୋଭା କାରରେ ଘଟଣାସ୍ଥଳରୁ ଖସି ୟିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରେ ଥିବା କିଛି ଯୁବକ ଉକ୍ତ ଇନୋଭା କାରକୁ ପିଛା କରି ଚାଳକ ଜଣକୁ ଧରି ପୁଲିସ ଜିମା ଦେଇଛନ୍ତି । ପରେ ପୁଲିସ ଉଭୟ ଥର ଓ ଇନୋଭା କାରକୁ ଜବତ କରିଛି ।