ନୂଆଦିଲ୍ଲୀ, ୨୨/୦୧ : ଥରିଲା ଅରୁଣାଚଳ ପ୍ରଦେଶ । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ୫.୦ ତୀବ୍ରତା ରେକର୍ଡ କରାଯାଇଛି। ବିଳମ୍ବିତ ରାତି ପ୍ରାୟ ୩ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଭୂକମ୍ପ ଜନିତ କ୍ଷୟକ୍ଷତି କଣ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମଳିପାରିନାହିଁ ।