୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର, ୨୨/୦୧ : ଭିଜିଲାନ୍ସ ଜାଲରେ ଆରଆଇ । କଟକ ସଦର କଖଡି ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଜାନକୀ ରଞ୍ଜନ ମଲ୍ଲିକଙ୍କର ତିନୋଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି।