ଭୁବନେଶ୍ୱର, ୨୨/୦୧ : ଆଜି ବିଜୁ ଜନତା ଦଳର ବଡ଼ ବୈଠକ ବସୁଛି। ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତେବେ ଏହି କଣ ହେବ ଆଲୋଚନା? ଦୁଇ ଜଣଙ୍କ ଆକ୍ସନ ପରେ କାହା ଉପରେ ହେବ କି କାର୍ଯ୍ୟାନୁଷ୍ଠାନ? ଏସବୁ ଦିଗ ଉପରେ ନଜର ରହିବ। ବିଜେଡିର ସବୁଠାରୁ ଶକ୍ତିଶାଳୀ କମିଟି ହେଉଛି ରାଜନୈତିକ ବ୍ୟାପାର କମିଟି। ନିକଟରେ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଏହି ବୈଠକରୁ ଦଳ କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆଶଙ୍କା କରାଯାଉଛି।