ଫେବୃଆରୀ ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୨/୦୧ : ଫେବୃଆରୀ ପ୍ରଥମ ସପ୍ତାହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଗସ୍ତରେ ରାଷ୍ଟ୍ରପତି ଆସିବେ । ପ୍ରଥମେ ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବାରେ ପରେ ରାଜଭବନରେ ରାତ୍ରି ଯାପନ କରିବେ । ପରଦିନ ଅର୍ଥାତ ୩ ତାରିଖରେ ବାଲେଶ୍ୱର ଗସ୍ତ କରିବେ । ସେଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେହିପରି ୪ ତାରିଖରେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରିବେ । ଏହା ପରେ ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଦୁନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗା ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ପୁଣି ଥରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଛତିଶଗଡ଼ ଅଭିମୁଖେ ଯାତ୍ରା କରିବାର ସୂଚନା ରହିଛି । ଏହା ପୂର୍ବରୁ ଗତ ବିଧାନସଭା ଶୀତ ଅଧିବେଶନରେ ମହାମହିମ ଓଡ଼ିଶା ଆସିଥିଲେ । ଶୀତ ଅଧିବେଶନର ପ୍ରଥମ ଦିବସରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧନ କରିଥିଲେ ।