୬୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ୨୪/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାରେ ସରକାରୀ ଚାକିରିର ୬୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ୧୮ତମ ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ଏସବୁ ଲୋକଙ୍କୁ ନିଯୁକ୍ତି ମିଳିଛି । ଆଜି ଏହି ମହତ୍ୱପୂର୍ଣ୍ଣ ଦିନରେ ଦେଶର ୬୧ ହଜାରରୁ ଅଧିକ ଯୁବକ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି । ଆଜି ଆପଣ ସମସ୍ତଙ୍କୁ ସରକାରୀ ସେବାରେ ନିଯୁକ୍ତି ପତ୍ର ମିଳୁଛି । ଏହା ଏକ ପ୍ରକାରର ନେସନ ବିଲ୍ଡିଂର ଇନଭିଟେସନ ଲେଟର । ଏହା ବିକଶିତ ଭାରତର ନିର୍ମାଣକୁ ଗତି ଦେବାର ସଂକଳ୍ପ ପତ୍ର । ଭିଡିଓ କନଫରେନ୍ସିଂ ଜରିଆରେ ପିଏମ ମୋଦୀ କହିଛନ୍ତି, ୨୦୨୬ର ଆରମ୍ଭ ଆପଣଙ୍କ ଜୀବନରେ ନୂଆ ଖୁସି ଭରି ଦେଉ । ଏହା ସହିତ ବସନ୍ତ ପଞ୍ଚମୀ ଉପଲକ୍ଷେ ଆପଣଙ୍କ ଜୀବନରେ ମଧ୍ୟ ନୂଆ ବସନ୍ତ ଆରମ୍ଭ ହେଉ । ଆପଣଙ୍କ ଏହି ସମୟ ସମ୍ବିଧାନ ପ୍ରତି ଦାୟିତ୍ୱ ସହ ଯୋଡା ଯାଉଛି । ସଂଯୋଗବଶତଃ ସଂପ୍ରତି ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି । ଦେଶରେ ଜୀବନ ଓ କାରବାର ଉଭୟକୁ ସହଜ ଏବଂ ସରଳ କରିବାର ଅଛି । ଆଜିର ଏହି ଆୟୋଜନରେ ୮ ହଜାରରୁ ଅଧିକ ବେଟିଙ୍କୁ ନିଯୁକ୍ତି ପତ୍ର ମିଳିଛି । ଗତ ୧୧ ବର୍ଷରେ ଦେଶର କର୍ମ କ୍ଷେତ୍ରରେ ମହିଳାଙ୍କ ସହଭାଗିତା ପ୍ରାୟ ଦୁଇ ଗୁଣ ବଢିଛି । ଭାରତର ଯୁବ ପିଢିଙ୍କ ପାଇଁ ନୂଆ ଅବସର ନେଇ ଆସୁଛି । ଡିଜିଟାଲ୍ ମିଡିଆ ଏମିତି ଅନେକ କ୍ଷେତ୍ରରେ ଭାରତ ଏକ ଗ୍ଲୋବାଲ ହବରେ ପରିଣତ ହେଉଛି । ଭାରତର କ୍ରିଏଟର ଇକୋନୋମି ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି ।