ଭୁବନେଶ୍ୱର, ୨୬/୦୧ : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀର ସଜୀବ ପ୍ରଦର୍ଶନ ସହ ଆଦିବାସୀ ହସ୍ତଶିଳ୍ପ, ପାରମ୍ପରିକ ପୋଷାକ ଓ ଖାଦ୍ୟର ଅନେକ ଷ୍ଟଲ ଦେଖିବାକୁ ମିଳୁଛି । ସନ୍ଧ୍ୟାବେଳେ ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣୀୟ କରିବ । ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀବାସୀ ଆଦିବାସୀ ମେଳା ବୁଲି ଦେଖିବାର ସୁଯୋଗ ପାଇବେ । ଆଜି ସନ୍ଧ୍ୟାରେ ଏହି ମେଳାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।