ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ

ନୂଆଦିଲ୍ଲୀ, ୨୮/୦୧ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ହୋଇଛି । ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ୬ ଜଣ ରହିଥିଲେ । ସମସ୍ତଙ୍କ ୫ ଜଣ ଅଧିକାରୀଙ୍କ ସହିତ ଅଜିତ ପାୱାର ମଧ୍ୟ ଥିଲେ । ସମସ୍ତଙ୍କ ମ୍ତ୍ୟୁ ହୋଇଥିବା ଡିଜିସିଏ କହିଛି । ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା । ଅଜିତ ପାୱାର ଏକ କାର୍ଯ୍ୟକ୍ରମରେ ବାରାମତି ଯାତ୍ରା କରୁଥିଲେ । ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଳିଯାଇଥିବା ବିମାନକୁ ଦେଖିବାକୁ ମିଳୁଛି । ଘଟଣାସ୍ଥଳରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଭୟଙ୍କର । ଭିଡିଓରେ ଅଜିତ ପାୱାରଙ୍କ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ପହଞ୍ଚିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା କି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ମିଳିଥିବା ଭିଡିଓଗୁଡ଼ିକ ବିମାନରେ ନିଆଁ ଲାଗିଥିବା ଓ ଧୂଆଁ ବାହାରୁଥିବା ଦେଖାଯାଉଛି । ସମ୍ପୂର୍ଣ୍ଣ ବିମାନଟି ପାଉଁଶ ହୋଇଯାଇଛି । ଭିଡିଓରେ ଦୁର୍ଘଟଣାସ୍ଥଳର ଫଟୋଗୁଡ଼ିକ ବିମାନଟି ଖଣ୍ଡ ଖଣ୍ଡ ଦେଖାଯାଉଛି ।