ଭୁବନେଶ୍ୱର, ୨୮/୦୧ : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ୧୯୯୨ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀମାନେ ଦୂର ଦୂରାନ୍ତରୁ ନିଜ ପରିବାର ସହ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ସ୍କୁଲ ଜୀବନର କିଛି ଅଭୁଲା ଘଟଣାର ସ୍ମୃତିଚାରଣ କରିଥିଲେ । ଏହ କାର୍ଯ୍ୟକ୍ରମକୁ କେବଳ ଭୋଜିଭାତରେ ସୀମିତ ନରଖି, ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସ୍କୁଲର ଖେଳପଡ଼ିଆରେ ବୃକ୍ଷରୋପଣ କରିଥିଲେ ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ମାନସ ବାରିକ, ଶଶୀଭୂଷଣ ପ୍ରଧାନ, ସତ୍ୟରଞ୍ଜନ ଦାଶ, ରାଜକିଶୋର ପ୍ରଧାନ, ସଞ୍ଜୟ ମିଶ୍ର, ମାନସ ଜେନା ଏବଂ ଜ୍ୟୋତିରଞ୍ଜନ ନାୟକ ପରିଚାଳନା କରିଥିଲେ ।