ଭୁବନେଶ୍ୱର, ୨୯/୦୧ : ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧୟରେ ଗୁଳିବିନିମୟ । ଏହି ସମୟରେ ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏନେଇ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ସକାଳ ପ୍ରାୟ ୭ଟା ସମୟରେ ଜିଲ୍ଲାର ଦକ୍ଷିଣ ଭାଗର ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଏକ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଅପରେସନ୍ ଏବେ ବି ଜାରି ରହିଛି । ଏପର୍ଯ୍ୟନ୍ତ ଏନକାଉଣ୍ଟର ସ୍ଥଳରୁ ୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ଘଟଣାସ୍ଥଳରୁ ଏକେ – ୪୭ ରାଇଫଲ୍, ଗୋଟିଏ ୯ – ଏମଏମ ପିସ୍ତଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି । ଏଥିସହିତ ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ଏନକାଉଣ୍ଟରରେ ଅତି କମ୍ରେ ୨୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗତ ବର୍ଷ, ଛତିଶଗଡ଼ରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମୋଟ ୨୮୫ ଜଣ ମାଓବାଦୀ ନିହତ ହୋଇଥିଲେ । ମାଓବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି ।