ଭୁବନେଶ୍ୱର, ୩୧/୦୧ : ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା। ଯାହାକୁ ନେଇ ପୁରା ଚଳଚଞ୍ଚଳ ହୋଇଛି ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ପୀଠ। ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ । ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । ମେଳାରେ ସାମିଲ ହେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ଏବଂ ଭକ୍ତଙ୍କ ସୁଅ ଛୁଟୁଛି। ସନ୍ଧ୍ୟାରେ ଝାଡରେ ଅଗ୍ନି ସଂଯୋଗ ପରେ ମେଳା ବଢିବ। ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି।