ଡ୍ରେସିଂ ଟେବୁଲ ବେଡ୍ ରୁମ୍ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ, ଜାଣନ୍ତୁ କେଉଁ ଦିଗରେ ଡ୍ରେସିଂ ଟେବୁଲ ରଖିବା ଉଚିତ୍

ଡ୍ରେସିଂ ଟେବୁଲକୁ ବେଡ୍ ରୁମ୍ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସକାଳ ଆରମ୍ଭ ହେବା ମାତ୍ରେ ମହିଳାମାନେ ଡ୍ରେସିଂ ଟେବୁଲ ସାମ୍ନାରେ ବସି ମେକଅପ୍ ନେଇଥାଆନ୍ତି । ବାସ୍ତୁ ଅନୁସାରେ ଯଦି ଡ୍ରେସିଂ ଟେବୁଲକୁ ସଠିକ୍ ଦିଗରେ ରଖାଯାଏ ତେବେ ମହିଳାମାନଙ୍କ ପାଇଁ ସୌଭାଗ୍ୟପୂର୍ଣ୍ଣ ହୋଇଥାଏ । ଏହା ମଧ୍ୟ ବିଶ୍ବାସ କରାଯାଏ ଯଦି ଡ୍ରେସିଂ ଟେବୁଲ ଭୁଲ୍ ଦିଗରେ ରଖାଯାଏ ତେବେ ବୈବାହିକ ଜୀବନର ଖୁସିକୁ ଖରାପ କରିଦେଇଥାଏ । ତେଣୁ ବେଡ୍ ରୁମରେ ଡ୍ରେସିଂ ଟେବୁଲ କେଉଁଠାରେ ରଖିବା ଉଚିତ୍ ସେ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।

ବେଡ୍ ରୁମରେ ଡ୍ରେସିଂ ଟେବୁଲ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ୍ । ଏହା ବ୍ୟତୀତ ଆପଣ ଡ୍ରେସିଂ ଟେବୁଲକୁ ଉତ୍ତର-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ । ଏହି ଦିଗରେ ଡ୍ରେସିଂ ଟେବୁଲ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏଥିସହି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବଜାୟ ରଖେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ, ଘରର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଆଦୌ ଡ୍ରେସିଂ ଟେବୁଲ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ବାରା ଦ୍ବନ୍ଦ୍ବ ସୃଷ୍ଟି କରିପାରେ । ଦକ୍ଷିଣ- ପୂର୍ବ ଦିଗରେ ଡ୍ରେସିଂ ଟେବୁଲ ରଖିବା ଦ୍ବାରା ନକାରାତ୍ମକ ପ୍ରଭାବ ପକାଇଥାଏ । ମହିଳାମାନେ ଯେହେତୁ ଡ୍ରେସିଂ ଟେବୁଲ ସାମ୍ନାରେ ବସି ମେକଅପ୍ ନେଇଥାଆନ୍ତି ତେଣୁ ଭୁଲ୍ ଦିଗରେ ଏହାକୁ ରଖିବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ । ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ଡ୍ରେସିଂ ଟେବୁଲ ରଖିବା ପାଇଁ ହେଲେ ସଠିକ୍ ଦିଗ ପ୍ରତି ସଚେତନ ରୁହନ୍ତୁ ।