ଆମ ବସ୍ ଚଳାଇବେ ମହିଳା, ପୁନେ ଯାଇ ନେବେ ତାଲିମ

ଭୁବନେଶ୍ୱର, ୩୧/୦୧ : ତାଲିମ ପ୍ରାପ୍ତ ମହିଳାମାନେ ଆମ ବସ୍ ଚଲାଇବେ । ମହାରାଷ୍ଟ୍ରର ପୁନେରେ ମହିଳାମାନେ ତାଲିମ ନେବେ । ଆଜି ରାଜ୍ୟର ୨୦ ଜଣ ମହିଳା ଗାଡ଼ି ପୁନେ ଯିବ । ସେଠାରେ ୧୪ ଦିନିଆ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଲେକ୍ଟ୍ରିକ୍ ବସ୍ ଚାଳନାର ତାଲିମ ନେବେ । ସେଠାରୁ ଆସିବା ପରେ ଓଡ଼ିଶାରେ ବସ୍ ଚଲାଇବେ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ଏ ସମସ୍ତ ମହିଳାଙ୍କୁ ଖାରବେଳ ଭବନରେ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀ ସମ୍ବର୍ଦ୍ଧନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହା ଓଡ଼ିଶା ପାଇଁ ଏକ ଶୁଭ ସଙ୍କେତ । ମା ମାନେ ଧୈର୍ଯ୍ୟ ଏବଂ ସହିଷ୍ଣୁର ପ୍ରତୀକ । ବସ୍ ଚଲାଇବା ପାଇଁ ମଧ୍ୟ ଏହା ଦରକାର । ଏମାନଙ୍କ ବୀରତ୍ୱ ଅପରେସନ୍ ସିନ୍ଦୂରରେ ସମସ୍ତେ ଦେଖିଛନ୍ତି । ତେଣୁ ସେମାନେ ନିଷ୍ଠାର ସହିତ ତାଲିମ ନେଇ ଇଭି ଚଲାଇବାକୁ ଯୋଗ୍ୟତା ପାଇବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ସୁଭଦ୍ରା ବସ୍ ମଧ୍ୟ ଚଳାଚଳ କରିପାରେ । ବିଭାଗୀୟ ସଚିବ ଉଷା ପାଢ଼ୀ କହିଛନ୍ତି ଯେ ଗଣତନ୍ତ୍ର ଦିବସରେ ପରିବହନରେ ମହିଳାଙ୍କ ଯୋଗଦାନକୁ ନେଇ ଏକ ପ୍ରଜ୍ଞାପନ ମେଢ଼ କରାଯାଇଥିଲା । ପଚାଶ ପ୍ରତିଶତ ମହିଳା ଥିବାବେଳେ ପରିବହନରେ ସେମାନଙ୍କ ଯୋଗଦାନ ଖୁବ କମ୍ ରହିଛି । ତେଣୁ ପରିବହନରେ ମହିଳାଙ୍କ ଭାଗୀଦାରୀକୁ ବଢ଼ାଇବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ପରିବହନରେ ମହିଳାଙ୍କ ନେତୃତ୍ୱକୁ ବଢ଼ାଇବାକୁ ମଧ୍ୟ ଯୋଜନା ରଖାଯାଇଛି । ଯାହାକି ବିକଶିତ ଭାରତର ଏକ ବଡ଼ ଯୋଗଦାନ ରହିବ । ମହିଳା ଡ୍ରାଇଭର ରହିଲେ ମହିଳାମାନେ ସୁରକ୍ଷିତଭାବେ ଯାତ୍ରା କରିପାରିବେ ।