ସୋରରେ ଲଜ୍ଜା : ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ

ଭୁବନେଶ୍ୱର, ୦୧/୦୨ : ବାଲେଶ୍ବର ସୋରରେ ଲଜ୍ଜା । ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ସୋର ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି ଫେରୁଥିବା ବେଳେ ଗାଁ ଛକ ନିକଟରେ ଦୁଇଜଣ ଯୁବକ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସୋର ପୋଲିସ ।