ମହାକାଳପଡ଼ା, ୦୧/୦୨ (ଓଡିଶା ଖବର) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱୟଂ ସେବକ ମାନଙ୍କ ପ୍ରଚେଷ୍ଟାରେ ଓ ସଙ୍ଘର ସୂଚନା ମୁତାବକ ବିଭିନ୍ନ ପ୍ରାନ୍ତରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେଉଛି l ଏହି ନେଇ କେନ୍ଦ୍ରାପଡା ଜିଲ୍ଲା ଅଧୀନ ମହାକାଳପଡ଼ା ବ୍ଲକ ର ତିନି ଗୋଟି ଜୋନରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଭାବେ ସ୍ଥାନୀୟ ବ୍ଲକ ର ୨୦ ନଂ ଜୋନ ରେ ସଦର ମହାକାଳପଡ଼ା ପଂଚାୟତ କେୟାର ବାଙ୍କ ଠାରେ, ୨୩ନଂ ଜୋନ ରେ ରାମନଗର ଠାରେ ଅନୁଷ୍ଠିତ ହେବା ପରେ ଶେଷ ପର୍ଯ୍ୟାୟ ରେ ୨୨ନଂ ଜୋନ ର ଜଗରୀଜୋର ଠାରେ ଶନିବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥି ଆଗମନ ସହିତ ପ୍ରଦୀପ ପ୍ରଜ୍ବଳନ ପରେ ମାର୍ଗ ଦର୍ଶନ ସଭା ଅନୁଷ୍ଠିତ ହୋଇଛି l ସୁନୀତି ପଂଚାୟତ ର ପୂର୍ବତନ ସରପଞ୍ଚ ଗଗନ ବିହାରୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସ୍ୱୟଂ ସେବକ ଅଶୋକ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l
ବ୍ରହ୍ମଚାରୀ ସାଧୁ ଚିଦାନନ୍ଦଜୀ ମୁଖ୍ୟ ଅତିଥି, ଡା. ରଶ୍ମିତା ସାହୁ,ପଣ୍ଡିତ ଅମରେନ୍ଦ୍ର ନନ୍ଦ ଓ ଆରଏସଏସ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକର୍ତ୍ତା ବିନୋଦ ବିହାରୀ ଦାସ ସମ୍ମାନୀୟ ଅତିଥି,ଓଡିଶା ଆଦିପ୍ରାନ୍ତ ସମ୍ପର୍କ ପ୍ରମୁଖ ଉଚ୍ଚନ୍ୟାୟାଳୟ ଅଧିବକ୍ତା ମଂଚାସୀନ ଥିଲେ l କାର୍ଯ୍ୟକ୍ରମ ର ମୁଖ୍ୟ ଆୟୋକ ଭାବେ ଆରଏସଏସ ର ସେବକ ଅଶୋକ ସ୍ୱାଇଁ ଓ ଜିଲ୍ଲା ପ୍ରମୁଖ ସୁଲେଖ ପ୍ରଧାନ କାର୍ଯ୍ୟ ନିର୍ବାହ କରିଥିଲେ l ସୁନିତୀ ପଂଚାୟତ ର ପୂର୍ବତନ ସରପଞ୍ଚ ମନୋଜ ପାତ୍ର, ବର୍ତ୍ତମାନର କାର୍ଯ୍ୟରତ ସରପଞ୍ଚ ଭଗବତୀ ମଣ୍ଡଳ ଓ ନାଏବ ପଞ୍ଚ ବାବୁଲି ପଣ୍ଡା,ଜମ୍ବୁ ସରପଞ୍ଚ ବିନୟ ବସୁ ଗୋଗୁଆ ସରପଞ୍ଚ ପ୍ରମୋଦ ଦାସ ଙ୍କ ସମେତ ଅନ୍ୟ ସ୍ୱୟଂ ସେବକ ମାନେ ସହଯୋଗୀ ଭାବେ ଉପସ୍ଥିତ ଥିଲେ l ଜଗରୀଜୋର ହିନ୍ଦୁ ସମ୍ମିଳନୀ ରେ ରାମନଗର ଭଳି ୪୦୦୦ରୁ ଉର୍ଦ୍ଧ୍ଵ ହିନ୍ଦୁ ଭାଇ ଭଉଣୀ ଯୋଗ ଦେଇଥିଲେ lହିନ୍ଦୁ ସମ୍ମିଳନୀ ଜରିଆରେ ଅଖଣ୍ଡ ଭାରତ ରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ ସଭିଙ୍କ ମଧ୍ୟରେ ହିନ୍ଦୁତ୍ୱ ଜାଗରଣ କରାଇବା ହିଁ ଲକ୍ଷ୍ୟ ରହିଛି l ହିନ୍ଦୁ ମାନଙ୍କ ପାଇଁ ୧୯୨୫ମସିହାରୁ କାର୍ଯ୍ୟ କରିଆସୁଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆରଏସଏସ )ଦେଶାତ୍ମକ ବୋଧତା ଓ ଐକତା ର ଅକ୍ଷୁର୍ଣ୍ଣତା ପାଇଁ ପ୍ରୟାସ ଜାରି ରଖିଛି l
ଧର୍ମନିରପେକ୍ଷ ରାଷ୍ଟ୍ର ରେ ସମସ୍ତ ହିନ୍ଦୁ ନିଜ ଧର୍ମାବଲମ୍ବୀ ଙ୍କ ଭିତରେ ସହଯୋଗ ସହାନୁଭୂତି ବଜାୟ ରଖିବା ସହିତ ଜଣେ ହିନ୍ଦୁ ପରିବାର ର ବ୍ୟକ୍ତି ଭାବେ ଏକରୁ ଅନେକଙ୍କୁ ଆରଏସଏସ ସହିତ ଯୋଡିବାର ପ୍ରୟାସ ରହିଛି l ସାରା ଭାରତ ବର୍ଷରେ ଶ୍ରେଷ୍ଠ ଧର୍ମ ଭାବେ ହିନ୍ଦୁତ୍ୱ ଜାଗ୍ରତ ପାଇଁ ପାଇଁ ଚେଷ୍ଟା ଓ ଧର୍ମ ପରିବର୍ତ୍ତନ ରେ ସହଯୋଗୀ ସାଜିଥିବା ଚକ୍ରାନ୍ତ କାରି ମାନଙ୍କୁ ଆଗକୁ ବଢିବାକୁ ସୁଯୋଗ ନ ଦେବା ହିଁ ଲକ୍ଷ୍ୟ l ସଭାଶେଷରେ ଗୋବିନ୍ଦ ଭାଇ ମଂଚାସୀନ ଅତିଥି ଓ ଯୋଗ ଦାନ କାରି ହିନ୍ଦୁ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା lଆରଏସଏସ ସେବକ ମାନଙ୍କ ର ଏପ୍ରକାର ପ୍ରୟାସ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l