ମହାକାଳପଡ଼ା, ୦୧/୦୨ (ଓଡିଶା ଖବର) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ମଣ୍ଡଳ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଅଗ୍ନିକୁମାରୀ ଶିକ୍ଷା କ୍ଲଷ୍ଟର ଅନ୍ତର୍ଗତ ପଂକପାଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷକ ମାନଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସିଆରସିସିଙ୍କ ତତ୍ୱାବଧାନ ରେ ଆୟୋଜିତ ମାସିକ ବୈଠକ ରେ କ୍ଲଷ୍ଟର ଅଧୀନ ପ୍ରାଥମିକ /ଉଚ୍ଚପ୍ରାଥମିକ /ପ୍ରକଳ୍ପ ପ୍ରାଥମିକ /ୟୁଜିୟୁପି ସ୍କୁଲ ର ୧୨ପ୍ରଧାନ ଶିକ୍ଷକ ଓ ୭ସହଯୋଗୀ ଶିକ୍ଷକ ଯୋଗ ଦେଇଥିଲେ l ଆନୁଷ୍ଠାନିକ ଭାବେ ବୈଠକ ରେ ଶିକ୍ଷା କ୍ଳଷ୍ଟର ସିଆରସିସି ପ୍ରଦୀପ୍ତ ସାହୁ ଛାତ୍ର /ଛାତ୍ରୀ ଙ୍କୁ ଗୁଣବତ୍ତା ଓ ମୌଳିକ ଶିକ୍ଷା ନେଇ ଆଲୋଚନା କରିଥିଲେ l ଉକ୍ତ ବୈଠକ ରେ ୧୨ ପ୍ରଧାନ ଶିକ୍ଷକ ଓ ୭ସହକାରୀ ଶିକ୍ଷକ ସମେତ ସମୁଦାୟ ୧୯ ଜଣ ଶିକ୍ଷକ ଉପସ୍ଥିତ ଥିଲେ l ନାରାୟଣ ଜେନା,ଅର୍ଜୁନି ଚରଣ ମଲ୍ଲିକ, ଶଶିଭୂଷଣ ପଟ୍ଟନାୟକ, ସୁକାନ୍ତି ସୋରେନ ଓ ସଂଯୁକ୍ତା ସାହୁ ଆଦି ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l