ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ, ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର, ୦୨/୦୨ : ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ । ଏହାସହ ଯୋରନ୍ଦା ମହାବିଦ୍ୟାଳୟର ଉନ୍ନତି ପାଇଁ ୨ କୋଟି ପ୍ରଦାନ କରାଯାଇଛି । ଢେଙ୍କାନାଳ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି କହିଥିଲେ ମନ୍ତ୍ରୀ । କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, କାମାକ୍ଷାନଗର ବିଧାୟକୀ ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମହିମା ସମାଜ ସମନ୍ୱୟ କର୍ତ୍ତା ତଥା ସର୍ବ ଭାରତୀୟ ଗୋସେବା ପ୍ରମୁଖ ଅଜିତ ମହାପାତ୍ର ମହିମା ଧର୍ମର ମହାନିୟତା ସମ୍ପର୍କରେ ଆଲୋଚନା କରିଥିଲେ। ମହିମା ଧର୍ମର ମହାନୀୟ ବାର୍ତ୍ତା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ବୋଲି କହିଥିଲେ ଅତିଥି । ମହିମା ସାଧୁ ନିତ୍ୟାନନ୍ଦ ବାବା, ଅବିନାଶ ବାବା, ରଘୁବାବା, ରମେଶ ବାବା ଯୋଗଦେଇ ଏପରି ଭବ୍ୟ ମନ୍ଦିର ନିର୍ମାଣ ମହିମା ଧର୍ମର ବିକାଶ ସହ ପର୍ଯ୍ୟଟନର ନୂଆ ସମ୍ଭlବନା ସୃଷ୍ଟି କରିବ ବୋଲି କହିଥିଲେ । ମହିମା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ‘ମହିମା ଦିପ୍ତୀ’ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।