ଭୁବନେଶ୍ୱର, ୦୩/୦୨ : ସମ୍ବଲପୁର ଓ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ । ୱାର୍ଡ ଭାଗ ଓ ଆସନ ସଂରକ୍ଷଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଜାରି । ୨୧ ଫେବୃଆରୀରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦୁଇ ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିପାରିବେ।