ଭୁବନେଶ୍ୱର, ୦୩/୦୨ : ସାତ ବର୍ଷର ପ୍ରେମ ହେଲା ସାତ ପର। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ହିଡିଗାଁରେ ଘଟିଛି ଏହି ଦୁଖଦ ଘଟଣା। ମୃତକ ବାଲେଶ୍ୱର ଜିଲ୍ଲାର ରାଜୀବ ବୋଲି ଜଣାପଡିଛି। ତେବେ ମୃତକଙ୍କ ପ୍ରେମିକା ନାଁରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ରାଜୀବ ଭୁବନେଶ୍ୱରର ଏକ ଝିଅକୁ ଭଲ ପାଉଥିଲେ। ସୋସିଆଲ ମିଡିଆରୁ ଉଭୟଙ୍କ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ସାତ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଉଥିଲେ। ରାଜୀବ ପ୍ରେମିକାକୁ ବିବାହ ପାଇଁ କହିଥିଲେ। ହେଲେ ପ୍ରେମିକା ବିବାହ ପାଇଁ ମନା କରିଦେଇଥିଲା। ଯାହାକୁ ନେଇ ମାନସିକ ଚିନ୍ତାରେ ଥିଲେ ରାଜୀବ। ଆଜି ସକାଳ ୫ଟାରେ ନିଜ ସୋସିଆଲ୍ ମିଡିଆରେ ଏକ ରିଲ୍ସ ପୋଷ୍ଟ କରିଥିଲେ। ଯାହାକୁ ଦେଖିବା ପରେ ପରିବାର ଲୋକେ ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଏହାପରେ ରାଜୀବ ଫ୍ୟାନରେ ଝୁଲି ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପୋଲିସ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକ ଦାବି କରିଛନ୍ତି ।