ନୂଆଦିଲ୍ଲୀ, ୦୪/୦୨ : ଭୂକମ୍ପରେ ଥରିଲା ମିଆଁମାର, ଭାରତ ଓ ବାଂଲାଦେଶ । ମିଆଁମାରରେ ଡବଲ ଭୂକମ୍ପ । ପ୍ରଥମ ଭୂକମ୍ପ ୯ଟା ୪ ମିନିଟ୍ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ ହୋଇଛି । ବାଂଲାଦେଶର ଢାକା ଓ ଚିଟାଗଙ୍ଗରେ ମଧ୍ୟ ପ୍ରଭାବ ପଡ଼ିଛି । କୋଲକାତାରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୟେନୟାଙ୍ଗଠାରୁ ୯୫ କିମି ଦୂର ମାଗୱେରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଭୂପୃଷ୍ଠର ପ୍ରାୟ ୧୦.୫୭ କିମି ଗଭୀରରେ କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ପ୍ରଥମ ଭୂକମ୍ପର ୧୫ ମିନିଟ ପରେ ଦ୍ବିତୀୟ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ । ଏହା ସ୍ଥଳଭାଗରେ ହୋଇଥିବାରୁ ସୁନାମିର କୌଣସି ବିପଦ ନାହିଁ ।