ଭୁବନେଶ୍ୱର, ୧୨/୦୨ : ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ଆଧାର ସଂଶୋଧନ କରିବା ବାହାନା କରି ସଂପୃକ୍ତ ଛାତ୍ରୀଙ୍କୁ ବଣାଇକୁ ଆଣୁଥିଲେ। ପରେ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରୁଥିଲେ। କାହାକୁ ନକହିବାକୁ ଧମକ ଦେଉଥିଲେ। ଆଜି ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଶିକ୍ଷକ ତାପସ୍ ସାର୍ ଙ୍କୁ ଗିରଫ କରିଛି ଲହୁଣୀପଡ଼ା ଥାନା ପୋଲିସ ।