ଭୁବନେଶ୍ୱର, ୧୨/୦୨ : କମିବ ଜମି କିଣାବିକା ଠକେଇ। ଏଣିକି ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ୍ ଯୁକ୍ତ QR କୋଡ୍। ସ୍କାନ୍ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ। ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମେସେଜ୍। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ଆସିବ। ଜମି ପଟାରେ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ରହିବ। ପଟ୍ଟାରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ସମ୍ପୂର୍ଣ୍ଣ ତଥ୍ୟ ବାହାରିବ। ଠକମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା କରିପାରିବେନି। ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ। ବଜେଟ୍ ପାଇଁ ପଇସା ନାହିଁ। ନିଜ ରାଜ୍ୟର ବିକାଶ ଛାଡ଼ି ଓଡ଼ିଶାର ଖଣ୍ଡେ ଦୁଇଟା ଗାଁ ପାଇଁ ଲାଗିବା ଉଦ୍ଦେଶ୍ୟ କଣ ? ଅନ୍ୟ ରାଜ୍ୟର ସୀମା ଭିତରେ ପଶିବାର ଉଦ୍ଦେଶ୍ୟ କଣ ? ଏବେ ଆଗ ଭଳି ବିନା ବାଧାରେ ପଶି ଆସିବା ବନ୍ଦ ହୋଇଛି।