ନୂଆଦିଲ୍ଲୀ, ୧୩/୦୨ : ଭାରତ ଓ ନାମିବ୍ୟା ମଧ୍ୟରେ ଟି-୨୦ ବିଶ୍ୱକପ ମ୍ୟାଚକୁ ଭାରତ ୯୩ ରନରେ ଜିତିଛି। ନାମିବ୍ୟା ୧୧୬ ରନରେ ଅଲଆଉଟ୍ ହୋଇଛି । ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ନାମିବ୍ୟାକୁ ପରାଜୟ ମିଳିଥିଲା । ଆଜିର ମ୍ୟାଚ୍ରେ ଭାରତ ଟସ୍ ହାରିବା ପରେ ନାମିବ୍ୟା ନିମନ୍ତ୍ରଣକ୍ରମେ ପ୍ରଥମେ ବ୍ୟାଟିଂ କରିଥିଲା । ଇଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ କରିଛି । ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନ୍ କରିଥିଲେ। ହାର୍ଦ୍ଦିକଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଆୱାର୍ଡ଼ ମିଳିଥିଲା। ଇଶାନ ଧମାକାଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା କିନ୍ତୁ ନିରାଶ କରିଥିଲେ। ସୂର୍ଯ୍ୟ ୧୨ ରନ କରି ଷ୍ଟମ୍ପିଂ ହୋଇଥିବା ବେଳେ ତିଲକ ୨୫ ରନ କରି ଆଉଟ ହୋଇଥିଲେ।