ଆସୁଛି ଖରାଦିନ: ଦେଖାଦେଇପାରେ ଏହି ସବୁ ରୋଗ

ଗ୍ରୀଷ୍ମଋତୁ ଆସିବା ମାତ୍ରେ ଅଧିକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଖରାଦିନେ ବିଶେଷ କରି, ଆଲର୍ଜି, ଡିହାଇଡ୍ରେସନ୍, ଷ୍ଟ୍ରୋକ, ଭାଇରାଲ୍ ଜ୍ୱର, ଡାଇରିଆ, କିଡନୀ ଷ୍ଟୋନ, ଆଖି ସଂକ୍ରମଣ, ପେଟ ରୋଗ ଭଳି ଦେଖାଦେଇଥାଏ । ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ୍ ଦେଖାଦେଇଥାଏ । ଯାହା ହାର୍ଟ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ । କେବଳ ସେତିକି ନୁହେଁ, ଶରୀରରେ ଜଳର ଅଭାବ ହେଲେ, କିଡନୀ ଷ୍ଟୋନ୍ ଦେଖାଦେଇଥାଏ । କେବଳ ସେତିକି ନୁହେଁ, ଜଳର ଅଭାବରୁ ପରିସ୍ରାରେ ରକ୍ତ ପଡିବା, ବାନ୍ତି ହେବା , ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଓ ପରିସ୍ରା ପୋଡା ଭଳି ସମସ୍ୟା ଦେଖାଦେଇଥାଏ । ଏହି ସବୁ ସମସ୍ୟା ଆଗକୁ ଦେଖାଦେଇପାରେ । ତେବେ କେଉଁ ସବୁ ସମସ୍ୟା ସୃଷ୍ଟି ହୋଇଥାଏ ଆମେ ଆଜି ସେ ସମ୍ପର୍କରେ ଆସନ୍ତୁ ଜାଣିବା । ତେଣୁ ଖରା ବଢିବା ପୂର୍ବରୁ ଏଥିପ୍ରତି ସତର୍କ ରୁହନ୍ତୁ ।

ହାର୍ଟ ଷ୍ଟ୍ରୋକ : ହାର୍ଟ ଷ୍ଟ୍ରୋକ୍ ବର୍ତ୍ତମାନ ସମୟରେ ଖୁବ୍ ସାଧାରଣ ରୋଗ ପାଲଟିଗଲାଣି | ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ଦେଖାଦିଏ । ଶରୀରରେ ଫୁଡ ପଏଜନିଙ୍ଗ, ଜ୍ୱର, ପେଟ କାଟିବା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ହେଲେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ । ଖାସ୍ କରି ଖରାଦିନେ ଶରୀରକୁ ହାଇଡ୍ରେଟ୍ ରଖିବା ଜରୁରୀ । ଖରାଦିନେ ଶରୀରରେ ଜଳୀୟ ଅଂଶ ଠିକ ରହିବା ଆବଶ୍ୟକ | ସେଥିପାଇଁ ଅଧିକରୁ ଅଧିକ ପାଣି ପିଇବା ସହ ସବୁଜ ପନିପରିବା, ସାଲାଡ ଏବଂ ଫଳମୂଳ ଖାଇବା ଜରୁରୀ । ଏହି ଭଳି ପଦକ୍ଷେପ ନେଲେ ଶରୀରରେ ଜଳୀୟ ଅଂଶର ଅଭାବ ରହିବ ନାହିଁ । ଯାହାଦ୍ବାରା ହାର୍ଟଷ୍ଟ୍ରୋକର ଆଶଙ୍କା କମ୍ ହେବ ।

ଏସିଡିଟି : ଖରାଦିନେ ଏସିଡିଟି ଭଳି ସମସ୍ୟା ଅଧିକ ଦେଖାଦେଇଥାଏ । ଅଧିକ ଏସିଡିଟି ହେଲେ ଜୀବନ ଚାଲିଯିବା ପରି ଅନୁଭବ ହୋଇଥାଏ । ଅଧିକ ଏସିଡିଟି ହେଲେ ଛାତିରେ ଜଳାପୋଡା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଅନୁଭବ କରିବା ଭଳି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ରୋକିବା ପାଇଁ ଖାଦ୍ୟ ଉପରେ ନିୟନ୍ତ୍ରଣ ଆବଶ୍ୟକ । ଭଜା ଏବଂ ମସଲାଯୁକ୍ତ ଖାଦ୍ୟ ଏସିଡିଟି ହେବାର ସବୁଠାରୁ ବଡ କାରଣ । ତେଣୁ ଖରାଦିନେ ଏହି ଖାଦ୍ୟଠାରୁ ଦୂରରେ ରୁହନ୍ତୁ ।

ଜଣ୍ଡିସ୍- : ଖରାଦିନେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତ ପାଖରେ ଜଣ୍ଡିସର ଆଶଙ୍କା ବଢି ଯାଇଥାଏ । ଖରାପ ଖାଦ୍ୟପେୟ ହିଁ ଖରାଦିନେ ଆମ ଜଣ୍ଡିସର ଆଶଙ୍କାକୁ ବଢାଇ ଦେଇଥାଏ । ଏତିକି ନୁହେଁ ଖରାଦିନେ ହାଡ଼ଫୁଟି ଭଳି ସମସ୍ୟା ମଧ୍ୟ ଅଧିକ ମାତ୍ରାରେ ବଢିଯାଇଥାଏ । ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଏଥିପ୍ରତି ସଚେତନ ରହିବା ଜରୁରୀ । ପ୍ରଚୁର ପାଣି ପିଇବା, ସୁସ୍ଥକର ଖାଦ୍ୟ ଖାଇବା ସହ ପରିଷ୍କାର ପରିଚ୍ଛନ୍ନତା ରହିବା ଏହି ସବୁ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିବ ।