ତେଲଙ୍ଗାନା ପୌର ନିର୍ବାଚନ : କଂଗ୍ରେସ ୧୩୪୬, ବିଆର୍‌ଏସ ୭୧୪, ବିଜେପି ୨୬୧ ୱାର୍ଡରେ ବିଜୟୀ

ନୂଆଦିଲ୍ଲୀ, ୧୪/୦୨ : ତେଲଙ୍ଗାନାର ୧୧୬ଟି ମ୍ୟୁନିସିପାଲଟି ଓ ୭ଟି ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଗୁରୁବାର ଏହିସବୁ ପୌରପରିଷଦ ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଶୁକ୍ରବାର ଭୋଟ ଗଣତି ହୋଇଛି। ​‌୧୧୬ଟି ମ୍ୟୁନିସିପାଲଟି ଅନ୍ତର୍ଗତ ୨୫୮୨ଟି ୱାର୍ଡ ମଧ୍ୟରୁ କଂଗ୍ରେସ ସର୍ବାଧିକ ୧୩୪୬ଟି ୱାର୍ଡରେ ବିଜୟୀ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ୭୧୪ ଓ ବିଜେପି ୨୬୧ଟି ୱାର୍ଡରେ ବିଜୟୀ ହୋଇଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୨୫୬ଟିରେ ବିଜୟୀ ହୋଇଛନ୍ତି। ବାଲାଟ୍ ପେପରରେ ଭୋଟ ଗ୍ରହଣ ହୋଇଥିବାରୁ ଗଣତି ପ୍ରକ୍ରିୟା ବିଳମ୍ବ ହୋଇଛି। ସର୍ବୋପରି ୧୧୬ଟି ମ୍ୟୁନିସିପାଲଟି ମଧ୍ୟରୁ କଂଗ୍ରେସ ୭୦ଟିରେ କ୍ଷମତା ଦଖଲ କରିବାକୁ ଦାବିଦାର ହୋଇଛି। ସେହିପରି ବିଆରଏସ୍‌ ୧୫ଟି ଓ ବିଜେପି ଗୋଟିଏରେ କ୍ଷମତା ଦଖଲ କରିବାକୁ ଦାବିଦାର ହୋଇଛି। ୩୦ଟି ମ୍ୟୁନିସିପାଲଟିରେ ସ୍ପଷ୍ଟ ଜନମତ ମିଳିପାରି ନାହିଁ। ସେହିପରି ୭ଟି ମହାନଗର ନିଗମ ମଧ୍ୟରୁ କଂଗ୍ରେସ ୪ଟିରେ ଓ ବିଜେପି ୨ଟିରେ ଆଗୁଆ ରହିଛି। ସିପିଆଇ ଗୋଟିଏର ଆଗୁଆ ରହିଛି।