ବିକଶିତ ହେବ ବିନ୍ଦୁ ସାଗର, ଖର୍ଚ୍ଚହେବ ୧୮୦ କୋଟି ଟଙ୍କା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୬/୦୨ : ବିକଶିତ ହେବ ବିନ୍ଦୁ ସାଗର । ଦୁଇଟି ପର୍ଯ୍ୟାୟରେ ହେବ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚହେବ ୧୮୦ କୋଟି ଟଙ୍କା । ସରିଛି ଟେଣ୍ଡର ପ୍ରକ୍ରିୟା, ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଫେଜ୍ ୨ରେ ବିନ୍ଦୁ ସାଗରର ପାରିପାର୍ଶ୍ବିକ ବିକାଶ , ଇଣ୍ଟରପ୍ରିଟେସନ୍ ସେଣ୍ଟର୍ ନିର୍ମାଣ କାମ । ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୧୫୦ କୋଟି ଟଙ୍କାର DPR ପ୍ରସ୍ତୁତ ହୋଇଛି । ମୋଟ ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୦ କୋଟି ଟଙ୍କା । ଲିଙ୍ଗରାଜ ପ୍ରକଳ୍ପ ନାମରେ ନାମିତ ହେବ ଏହି ପ୍ରକଳ୍ପ । ଏହା ଏକାମ୍ର କ୍ଷେତ୍ରର ବିକାଶ କରାଇବ । ହଜାର ହଜାର ଭକ୍ତ ଓ ଲୋକେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।