ଭୁବନେଶ୍ୱର, ୧୬/୦୨ : ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ଏହି ସୂର୍ଯ୍ୟଗ୍ରହଣ କୁମ୍ଭ ରାଶି ଏବଂ ଧନିଷ୍ଠା ନକ୍ଷତ୍ରରେ ଘଟିବ । ଏହା ଏକ ବଳୟ ଆକାରର ସୂର୍ଯ୍ୟଗ୍ରହଣ ହେବ ଏବଂ ବୈଜ୍ଞାନିକ ଭାଷାରେ ଏହାକୁ ‘ରିଙ୍ଗ୍ ଅଫ୍ ଫାୟାର’ କୁହାଯାଏ । ତେବେ ଆସନ୍ତୁ ଜାଣିବା ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ କି ନାହିଁ । ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ହେବ । ହେଲେ, ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ଦିନ କୌଣସି ମନ୍ଦିର ଦ୍ୱାର ବନ୍ଦ ହେବ ନାହିଁ, କିମ୍ବା ପୂଜା ଉପରେ କୌଣସି କଟକଣା ରହିବ ନାହିଁ। ଏହି ସୂର୍ଯ୍ୟଗ୍ରହଣ ଅପରାହ୍ନ ୩:୨୬ ରେ ଆରମ୍ଭ ହୋଇ ସନ୍ଧ୍ୟା ୭:୫୭ ରେ ଶେଷ ହେବ । ଏହାର ଅର୍ଥ ଏହି ସୂର୍ଯ୍ୟଗ୍ରହଣର ମୋଟ ସମୟ-ସୀମା ପ୍ରାୟ ୪ ଘଣ୍ଟା ୩୨ ମିନିଟ୍ ହେବ। ଏହି ଗ୍ରହଣର ଚରଣ ସମୟ ୫:୪୨ ରେ ଘଟିବ, ଏହି ସମୟରେ ସୂର୍ଯ୍ୟ ‘ରିଙ୍ଗ ଅଫ୍ ଫାୟାର’ ପରି ଦେଖାଯିବ । ଏହା ଏକ ରିଙ୍ଗ ଅଫ୍ ଫାୟାର ସୂର୍ଯ୍ୟଗ୍ରହଣ ହେବ, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହା ଆଣ୍ଟାର୍କଟିକାର ଏବଂ ଦକ୍ଷିଣ ମହାସାଗର ଚାରିପାଖରେ ଥିବା ଅଞ୍ଚଳରେ ଦୃଶ୍ୟମାନ ହେବ । ଏହା ବ୍ୟତୀତ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ, ଜାମ୍ବିଆ ଏବଂ ଜିମ୍ବାୱେ ଭଳି ଦେଶରେ ସୂର୍ଯ୍ୟଗ୍ରହଣ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ।