ନୂଆଦିଲ୍ଲୀ, ୧୮/୦୨ : ସଇତାନ ସ୍ୱାମୀର ନୃଶଂସ କାଣ୍ଡ । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧେକେଲା ଥାନା ଜାମପଡା ଗାଁରେ । ଜାମପଡା ଗାଁର ବୈଶାଖୁ ରଣା ନିଜ ସ୍ତ୍ରୀ ପୁଷ୍ପାଞ୍ଜଳି ରଣାକୁ ଗତ ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳିଙ୍କ ବାପା । ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିବା ବେଳେ ବିଭିନ୍ନ ସମୟରେ ମଦ ପିଇ ସ୍ତ୍ରୀ କୁ ମାରପିଟ୍ କରୁଥିଲା । ଗତ କାଲି ରାତିରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ହତ୍ୟା ପରେ ସ୍ୱାମୀ ଜଣକ ଘରେ ଲୁଚି ରହିଥିବା ବେଳେ ପୋଲିସ ବୈଶାଖୁ ରଣାକୁ ପୋଲିସ କାବୁ କରିଥିଲା ।