ନୂଆଦିଲ୍ଲୀ, ୧୮/୦୨ : ଟି-୨୦ ବିଶ୍ବକପ ସୁପର-୮ରେ ଏଣ୍ଟ୍ରି କଲା ପାକିସ୍ତାନ । ପାକିସ୍ତାନ ନାମିବ୍ୟାକୁ ୧୦୨ରେ ହରାଇ ସୁପର-୮ରେ ସ୍ଥାନ ପକ୍କା କରିଛି । କଲମ୍ବୋରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୯ ରନ କରିଥିଲା । ଆଉ ଏହାକୁ ପିଛା କରି ନାମିବ୍ୟାମାତ୍ର ୯୭ ରନ୍ କରିପରିଥିଲା । ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନ ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ୫୮ ବଲର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ୍ କରିଛନ୍ତି । ଟି ଯେଉଁଥିରେ ୧୧ ଚୌକା ଏବଂ ୬ ଛକା ରହିଛି । ପାକିସ୍ତାନ ଏବେ ଟି୨୦ ବିଶ୍ବକପ ୨୦୨୬ରେ ସୁପର-୮ରେ ଏଣ୍ଟ୍ରି କରିଥିବା ଅଷ୍ଟମ ଏବଂ ଶେଷ ଟିମ୍ । ଭାରତ ଏବଂ ଜିମ୍ବାୱେ ସମେତ ଅନ୍ୟ ୭ଟି ଟିମ୍ ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଛନ୍ତି ।