ନୂଆଦିଲ୍ଲୀ, ୧୮/୦୨ : ଟି-୨୦ ବିଶ୍ଵକପ୍ ୨୦୨୬ର ଶେଷ ଲିଗ୍ ମ୍ୟାଚକୁ ରନରେ ୧୭ ଜିତିଲା ଭାରତ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା । ଭାରତ ଦେଇଥିବା ଟାର୍ଗେଟକୁ ନେଦରଲାଣ୍ଡସ ୭ ୱିକେଟ୍ ହରାଇ ମାତ୍ର ୧୭୬ ରନ କରିପାରିଛି। ଭାରତ ପକ୍ଷରୁ ଶିବମ ଦୁବେ ୬୬ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି।