ଜମି ଅଧିଗ୍ରହଣ ନେଇ ମହାକାଳପଡ଼ା ପଂଚାୟତ କାର୍ଯ୍ୟାଳୟରେ ଜନ ଶୁଣାଳୀ ଶିବିର

ମହାକାଳପଡ଼ା, ୧୯/୦୨ (ଓଡିଶା ଖବର) : ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗୀୟ ଦୁଇ ଲେନ ବିଶିଷ୍ଟ ଜମ୍ବୁ -ମାର୍ଶାଘାଈ ଉପର କେନାଲ ରାସ୍ତା ର ପ୍ରଶସ୍ତିକରଣ ନେଇ ପାର୍ଶ୍ଵସ୍ଥ ମହାକାଳପଡ଼ା ତହସିଲ ଅଧୀନ ୧୩ ଗୋଟି ରାଜସ୍ବ ଗ୍ରାମର ୧୭ଏକର ଜମି ଅଧିଗ୍ରହଣ ର ଆବଶ୍ୟକ ରହିଛି l ଏନେଇ ସମ୍ପୃକ୍ତ ରାଜସ୍ବ ଗ୍ରାମର ଲ୍ୟାଣ୍ଡ ଲୁଜର ମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଜନ ଶୁଣାଳୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି l ପ୍ରଥମେ ଅଧିକୃତ ସଂସ୍ଥା ଏନସିଡ଼ିଏସ ଦ୍ୱାରା ସମ୍ପୃକ୍ତ ଗ୍ରାମ ଗୁଡିକରେ ସାମାଜିକ ପ୍ରଭାବ ମୂଲ୍ୟାୟନ (ଏସଆଇଏ )କରାଯାଉଛି l ଏହିଭାବେ ମହାକାଳପଡା ପଂଚାୟତ ଚଢ଼େଇଗୁଆଁ ଓ ମହାକାଳପଡ଼ା ରାଜସ୍ବ ଗାଁ ରେ ଏସଆଇଏ ପରେ ଗ୍ରାମର ଲ୍ୟାଣ୍ଡ ଲୁଜର ମାନଙ୍କୁ ନୋଟିସ କରାଯାଇ ବୁଧବାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଜନ ଶୁଣାଳୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଦୁଇ ଗୋଟି ଗ୍ରାମରେ ୨୩ରୁ ଉର୍ଦ୍ଧ୍ୱ ଲ୍ୟାଣ୍ଡ ଲୁଜରଙ୍କ ୯୮ଡେସିମିଲ ଜମି ଅଧିଗୃହିତ ହେବାର ରହିଛି l ଏହି ଶିବିର ରେ ଏଡିଏମ ରବୀନ୍ଦ୍ର ନାଥ ମଲ୍ଲିକ, ଭୁଅର୍ଜନ ଅଧିକାରୀ କମରେଶ ସାହୁ, ଏନସିଡ଼ିଏସ ର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l ଏଥି ସହିତ ଜମି ଅଧିଗ୍ରହଣ କରିବାକୁ ଯାଉଥିବା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗୀୟ ଏସଡ଼ିଓ ଦୈତାରୀ ଟୁଡୁ, ସହକାରୀ ଯନ୍ତ୍ରୀ ଦେବାଶିଷ ସାମଲ ଓ ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା ଉପସ୍ଥିତ ଥିଲେ l ଉପସ୍ଥିତ ଅଧିକାରୀ ଅଧିଗ୍ରହଣ ହେବାକୁ ଥିବା ଜମି ମାଲିକ ଙ୍କ ଅଭିଯୋଗ କୁ ପ୍ରଶାସନିକ ଅଧିକାରୀ ମାନେ ରେକର୍ଡ ସହିତ ଲିପିବଦ୍ଧ କରି ରଖିଛନ୍ତି l ଜମି ମାଲିକ ଙ୍କ ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଜମି ମାଲିକ ମାନେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟରେ ସହଯୋଗୀ ସାଜିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି l