ଭୁବନେଶ୍ୱର, ୨୧/୦୨ : ଏଣିକି ଓଡ଼ିଶା ପ୍ରଶାସନିକ ସେବାରେ ସାମିଲ ହେବେ କିନ୍ନର । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିପାରିବେ ତୃତୀୟ ଲିଙ୍ଗୀ । OPSC ଆବେଦନ ଫର୍ମରେ ଆସିଲା ‘ତୃତୀୟ ଲିଙ୍ଗ’ ବିକଳ୍ପ । ଆବେଦନ ବେଳେ ସମ୍ପୃକ୍ତ ଟ୍ରାନ୍ସଜେଣ୍ଡରଙ୍କୁ ସେମାନଙ୍କ ପରିଚୟ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । କିନ୍ନରଙ୍କୁ ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବଢ଼ାଯାଇଛି । ପଞ୍ଜୀକରଣ ଅବଧିକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ଆବେଦନର ଶେଷ ତାରିଖ ରହିଛି ।