ନୂଆଦିଲ୍ଲୀ, ୨୩/୦୨ : ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରାୟଙ୍କ ଦେହାନ୍ତ ହୋଇଛି । କୋଲକାତାର ସଲ୍ଟ ଲେକ୍ ସ୍ଥିତ ଆପୋଲୋ ହସ୍ପିଟାଲରେ ରାତି ୧:୩୦ ସମୟରେ ଦେହାନ୍ତ ହୋଇଛି । ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହି ଖବରକୁ ଦେଇଛନ୍ତି । ୭୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯାଇଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁକୁଲ ରୟ ବଙ୍ଗଳାରେ ଯୁବ କଂଗ୍ରେସ ସହିତ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ଏବଂ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟତର ସହଯୋଗୀ ଥିଲେ ।