ଭୁବନେଶ୍ୱର, ୨୪/୦୨ : ବାରାଣସୀର ବନାରସ ହିନ୍ଦୁ ୟୁନିଭର୍ସଟିରେ ଗତ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୩୬ତମ ISSRF ୨୦୨୬ ସମ୍ମିଳନୀ ରେ ଓଡ଼ିଆ ଝିଅ ପ୍ରିୟଙ୍କାଙ୍କୁ ନିଜ ଗବେଷଣା ପାଇଁ ଯୁବ ବୈଜ୍ଞାନିକ ସମ୍ମାନ ରେ ସମ୍ମାନୀତ କରଯାଇଛି।ଏହି ସମ୍ମିଳନୀ ରେ ପଦ୍ମଭୂଷଣ ଗୁରୁସରନ ପ୍ରସାଦ ତଲୱର୍ ସହିତ ବହୁ ବରିଷ୍ଠ ବୈଜ୍ଞାନିକ ଏବଂ ପ୍ରଫେସର୍ ଯୋଗ ଦେଇଥିଲେ। ଓଡ଼ିଆ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାତ୍ର ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଡକ୍ଟର ମୃଦୁଲା କମ୍ବୋଜ ଯୁବ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହୋଇ ଓଡିଶା ଓ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସମ୍ମାନ ରେ ତାଂକୁ ସ୍ଵର୍ଣ୍ଣପଦକ, ମାନପତ୍ର ଏବଂ ଅର୍ଥରାଶି ସହ ସମ୍ମାନିତ କରାଯାଇଛି। ଫେବୃୟାରୀ ମାସ୧୨ ତରୀଖ ୨୦୨୬ରେ ନିଜ PhD ଡିଗ୍ରୀ ପାଇଁ ଡିଫେଣ୍ଡ କରି ଡକ୍ଟରେଟ ହାସଲ କରିଛନ୍ତି। ସେ ହାଇଦରାବାଦ ବିଶବବିଦ୍ୟାଳୟର ପ୍ରଫେସର ସୁରେଶ ୟେନୁଗୁ ଙ୍କ ତତତ୍ଵାବଧାନରେ PhD ଥେସିସ ଡିଗ୍ରୀ ହାସଲ କରିଛନ୍ତି। ସେ ନିଜ PhD ସମୟରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପତ୍ରିକା ରେ ନିଜ ଗବେଷଣା ପ୍ରକାଶ କରିଛନ୍ତି। ଜୱାହାରଲାଲ ନେହରୁ ୟୁନିଭର୍ସିଟି, ନ୍ୟୁ ଦିଲ୍ଲୀ ର ପ୍ରଫେସର ରାକେଶ ତ୍ୟାଗୀ ଙ୍କ ଦ୍ଵାରା ତାଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଛି। ସେ ବର୍ତ୍ତମାନ ICAR-CIFA ରେ କାର୍ଯ୍ୟରତ। ୨୫ବର୍ଷ ବୟସରେ ଯୁବ ବୈଜ୍ଞାନିକ ସମ୍ମାନ ପାଇଁ ମନୋନୀତ ହୋଇ ମାତ୍ର ୨୮ବର୍ଷ ବୟସରେ ଜୀବ ବିଜ୍ଞାନରେ ଗବେଷଣା କରି ଯୁବ ବୈଜ୍ଞାନିକ ଭାବେ ସମ୍ମାନିତ ହେବା ବହୁ ଛାତ୍ର ଙ୍କୁ ପ୍ରେରଣା ଦେବ। ସେ ଏହି ସଫଳତାର ଶ୍ରେୟ ତାଙ୍କ ପିତା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାତ୍ର, ମାତା ଶ୍ରୀମତୀ ହାପିନା କୁମାରୀ ଜେନା, ଭାଇ, ଭାଉଜ, ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ପରିବାର ବର୍ଗ ଙ୍କୁ ଦେଇଛନ୍ତି। ସେ ନିଜର ସହକର୍ମୀ ଏବଂ ବନ୍ଧୁ ସମିରନ୍ ବେହେରା ଓ ତାଙ୍କ ପରିବାର ବର୍ଗ ଙ୍କୁ ମଧ୍ୟ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ସେ ଶେଷରେ ପ୍ରଭୁ ଜଗ୍ନାଥଙ୍କୁ ଏବଂ ମା ମଙ୍ଗଳାଙ୍କ ଚରଣରେ ଏହି ସଫଳତା କୁ ସମର୍ପଣ କରିଛନ୍ତି। ସେ ଆଶା କରିଛନ୍ତି ତାଙ୍କର ଏହି ସଫଳତା ବହୁ ଯୁବ ଗବେଷକଙ୍କୁ ପ୍ରେରଣା ଦେବ।